ଉଦଳା : ଉଦଳା ବିଜ୍ଞ ପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ସନ୍ଧାନ ଗୃହ ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି l ଏଥିରେ କପ୍ତିପଦା ଉପଖଣ୍ଡ ଦିବ୍ୟାଙ୍ଗ ମହାମଞ୍ଚ ର. ସଦସ୍ୟ ଶ୍ରୀମାନ ସନ୍ତୋଷ କୁମାର ବେହେରା ସଭାପତି ଆସନ ଅଳଙ୍କୃତ କରିଥିଲେ l ଉକ୍ତ ମହାମଞ୍ଚ ରେ କପ୍ତିପଦା ଉପଖଣ୍ଡ ର ଜିଲାପାଳ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ବାରିକ ,, ଉଦଳା ନଗର ପାଳ ପ୍ରମିଳା ପଣ୍ଡା , ପୂର୍ବତନ ଉଦଳା ନିର୍ବାଚନମଣ୍ଡଳୀ ର ଅତି ଲୋକପ୍ରିୟ ଯୁବ ତଥା ଟାଣୁଆ ବିଧାୟକ ଶ୍ରୀନାଥସୋରେନ ଓ ଉଦୀୟମାନ ଯୁବକ ଶ୍ରୀ ବ୍ରଜସୁନ୍ଦରମ ପ୍ରଭୃତି ବିଶ୍ୱ ଦିବ୍ୟାଙ୍ଗ ଦିବସ ବିଷୟ ରେ ଆଲୋକପାତ କରିଥଲେ l
ନଗରପାଳଶ୍ରୀମତୀ ପ୍ରମିଳା ପଣ୍ଡା ଦିବ୍ୟାଙ୍ଗ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ସମାଜ ରେ କିପରି ମୁଖ୍ୟ ସ୍ରୋତ ରେ ସାମିଲ ହୋଇପାରିବେ ସେ ବିଷୟରେ ଏକ ସାର ଗର୍ଭକ ଭାଷଣ ଦେଇଥିଲେ l ତାଙ୍କର ଭାଷଣ ଏତେ ହୃଦୟସ୍ପର୍ଶୀ ଥିଲା ଯାହାଫଳରେ ଉପସ୍ଥିତ ସମସ୍ତ ଦିବ୍ୟାଙ୍ଗ ନୂତନ ଆଶାର କିରଣ ପାଇଲା ପରି ଅନୁଭବକରିଥିଲେ l ଏହି ମଞ୍ଚକୁ ଉଦଳା ର ସାମ୍ବାଦିକ ହିମାଦ୍ରୀ ଶେଖର ପାଳ ପରିଚାଳନା କରଥିଲେ l କପ୍ତିଉପଖଣ୍ଡ ଦିବ୍ୟାଙ୍ଗ ମହାମାଞ୍ଚର ସଭାପତି ରାମ ରଞ୍ଜନ ଦାସ ଓ ସାଧାରଣ ସମ୍ପାଦକ ଶିଶିର କୁମାର ପରିଛା ଦିବ୍ୟାଙ୍ଗ ମାନଙ୍କର ବିଭିର୍ନ ସମସ୍ୟା ଓ ଆଇନ ଗତ ଦିଗ ସମର୍କରେ ଆଲୋଚନା କରିଥିଲେ l ଦିବ୍ୟାଙ୍ଗ ମହାମଞ୍ଚ ରେ ଉଦଳା ର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ l