ରୁଷ ଉପରେ ଆମେରିକାର କଡା କଟକଣା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ୧୪ ଦିନରେ ପହଞ୍ôଚଛି । ରୁଷର ଘନ ଘନ ମିସାଇଲ ମାଡରେ ଛାରଖାର ହୋଇଗଲାଣି ୟୁକ୍ରେନର ଅନେକ ସହର । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଥିବା ରୁଷକୁ କଡା କଟକଣା ଲଗାଇଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ରୁଷରୁ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଜୋ ବାଇଡେନ ।

ସେହିପରି ରୁଷର ଅର୍ଥବ୍ୟବସ୍ଥାକୁ ତଳିତଳାନ୍ତ କରିବାକୁ ମଧ୍ୟ ଆମେରିକା ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏକ ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ରୁଷର ଅର୍ଥବ୍ୟବସ୍ଥା ଉପରେ ଟୋଲକୁ କଡାକଡି କରିଛି । ଅନ୍ୟପକ୍ଷରେ ରୁଷରୁ ତେଲ ଆମଦାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ସୂଚନାଯୋଗ୍ୟ ଯେ, ୟୁକ୍ରେନର ଅନେକ ସହର ଉପରେ ରୁଷର ଘନ ଘନ ମିସାଇଲ ମାଡରେ ଛାରଖାର ହୋଇଗଲାଣି । ରୁଷର ଏହି ଆକ୍ରମଣ ଲାଗି ରୁଷ ଉପରେ ଅନେକ ଦେଶ ପ୍ରତିବନ୍ଧକ ଲାଗୁ କରିଛନ୍ତିି । ସେହିପରି ଅନେକ ଦେଶ ରୁଷରୁ ତେଲ ଏବଂ ପ୍ରାକୃତିକ ଗ୍ୟାସ କିଣିବା ବନ୍ଦ କରିବେ ଘୋଷଣା କରିସାରିଛନ୍ତି ।