ମହାମାୟା ଉପ୍ରା ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ପାଳିତ

କଟକ : ମହାମାୟା ଉପ୍ରା ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ମହାମାୟା ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ମାନସ ରଞ୍ଜନ ପରିଡା ପରିଚାଳନା କରିଥିବା ବେଳେ ରାଧାନାଥ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଗୁରୁ ଛାତ୍ର ଆଶିଷ ଜେନା, ବିଭୁଦତ୍ତ ବାରିକ, ବୁଟୁ ବେହେରା, ପିତାମ୍ବର କର୍ମୀ, ରୁପକ ବେହେରା, ସଚିନ ବେହେରା, ସତ୍ୟଜିତ ସାମଲ, ଗୁରୁଛାତ୍ରୀ ଜ୍ୟୋର୍ତିମୟୀ ଓଝା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସବିତା ପଣ୍ଡା, ବିଜୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ସୋନାଲିସା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।