ରାଜ୍ୟସଭାରେ ରେକର୍ଡ କଲା ବିଜେପି

ନୂଆଦିଲ୍ଲୀ: ରାଜ୍ୟସଭାରେ ବଢିଲା ବିଜେପି ସଦସ୍ୟଙ୍କ ସଂଖ୍ୟା । ସୂଚନାଯୋଗ୍ୟ ଯେ, ରାଜ୍ୟସଭାରେ ୧୦୦ ଟପିଲା ବିଜେପି ସଦସ୍ୟଙ୍କ ସଂଖ୍ୟା । ସେହିପରି ସଂସଦରେ ବିଜେପିର ଶକ୍ତି ବଢିଥିବାବେଳେ କଂଗ୍ରେସର କମିଛି । ରାଜ୍ୟସଭା ନିର୍ବାଚନର ଆରମ୍ଭରେ କଂଗ୍ରେସର ୫ଟି ସିଟ କମିଯାଇଛି । ଅନ୍ୟପକ୍ଷରେ ରାଜ୍ୟସଭାରେ ପ୍ରଥମଥର ପାଇଁ ବିଜେପି ସଦସ୍ୟତାରେ ୧୦୦ରୁ ଅଧିକ ସଂଖ୍ୟା ଟପିଛି ।

ସୂଚନାଯୋଗ୍ୟ ଯେ, ୧୯୮୮ ପରେ ଏହି ହାସଲ କରିଥିବା ପ୍ରଥମ ପାର୍ଟି ହେଉଛି ବିଜେପି । ନିର୍ବାଚନରେ ବିଜେପିର ସିଟ ସଂଖ୍ୟା ୧୦୧ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ରାଜ୍ୟସଭାରେ ୧୦୦ ସିଟ୍‌ ହାସଲ କରିବା ପରେ ବିପକ୍ଷକୁ ଚଳିତ ବର୍ଷ ଅଗଷ୍ଟରେ ହେବାକୁ ଥିବା ଉପରାଷ୍ଟ୍ର ନିର୍ବାଚନ ଦୌଡରୁ ମଧ୍ୟ ବାହାର କରିଦେଇଛି ।