ରାଜ୍ୟରେ ୬ ମାସ ବଢିଲା ମାଗଣା ଖାଦ୍ୟ ସୁରକ୍ଷା ଯୋଜନା

ଭୁବନେଶ୍ୱର : ରାଜ୍ୟରେ ପୁଣି ୬ ମାସ ବଢିଲା ଖାଦ୍ୟ ସୁରକ୍ଷା ଯୋଜନା । ଉକ୍ତଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଉପହାର ଦେଇଛନ୍ତି । ରାଜ୍ୟରେ ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଖାଦ୍ୟ ସୁରକ୍ଷା ଯୋଜନା । ହିତାଧିକାରୀଙ୍କୁ ଆସନ୍ତା ସେପ୍ଟେମ୍ବର ମାସ ୫ କିଲୋ ଅତିରିକ୍ତ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏପ୍ରିଲରୁ ସେପ୍ଟେମ୍ବର ଯାଏଁ ଏହି ମାଗଣା ରାସନ ଯୋଜନା ମିଳିବ । ଫଳରେ ରାଜ୍ୟର ୮.୦୯ ଲକ୍ଷ ପରିବାର ଉପକୃତ ହେବେ । ଏହି ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ୯୧.୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।