ୱାଂଗଚୁକଙ୍କ ଗିରଫଦାରିକୁ ତୀବ୍ର ପ୍ରତିବାଦ କରିଛନ୍ତି ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ।
ଗୀତାଞ୍ଜଳି କହିଛନ୍ତି, ଯଦି ଭାରତ ପାକିସ୍ତାନ ସହିତ କ୍ରିକେଟ୍ ଖେଳିବାର ଅନୁମତି ପାଇପାରୁଛି, ତେବେ ଆମର ଜଣେ ଜନନାୟକ ପାକିସ୍ତାନରେ ଆୟୋଜିତ ଅନ୍ତର୍ଜାତୀୟ ବୈଠକରେ ଯୋଗଦାନ କରି ପାରିବନି କାହିଁକି?
ସେପ୍ଟେମ୍ବର ୨୮ ତାରିଖ ଦିନ ଏସିଆ କପ୍ ପାଇଁ ଭାରତ-ପାକିସ୍ତାନ ଫାଇନାଲ ଖେଳିଥିଲେ । ଉକ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଆଇସିସି ଅଧ୍ୟକ୍ଷ ତଥା ପାକ୍ ମନ୍ତ୍ରୀ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କଲାନି ।
ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ସଫା ସଫା ମନା କରିଦେଲେ ।
ଲଦାଖ ଅଚଳାବସ୍ଥା ପାଇଁ ଭାରତ ସରକାର ପରିବେଶବିତ୍ ସୋନମ ୱାଂଗଚୁକଙ୍କୁ ଦାୟୀ କରି ତାଙ୍କୁ ଗିରଫ କରି ରାଜସ୍ଥାନର ଯୋଧପୁର ଜେଲକୁ ପଠାଇ ଦିଆଯାଇଛି ।
ଲଦାଖ ଡିଜିପି ଏସ୍ ଡି ସିଂହଙ୍କ ମତରେ ପାକିସ୍ତାନ ସରକାରଙ୍କ ସହିତ ୱାଂଗଚୁକଙ୍କର ଗୁପ୍ତ ସଂପର୍କ ରହିଛି ।
ୱାଂଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ ଆଙ୍ଗମୋ ଭାରତ ସରକାରଙ୍କ ଗିରଫଦାରିକୁ ସଂପୂର୍ଣ୍ଣ ବେଆଇନ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୪ ତାରିଖ ଦିନ ଲଦାଖ ଅଂଚଳରେ ବିକ୍ଷୋଭ ପ୍ରଦର୍ଶନକାରୀ ଓ ପୁଲିସ ସଂଘର୍ଷ ଭିତରେ ଚାରିଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୫୦ରୁ ଅଧିକ ଲହୁଲୁହାଣ ହୋଇଛନ୍ତି ।
ଉକ୍ତ ଦୁଃଖଦାୟକ ଘଟଣା ପାଇଁ ୱାଂଗଚୁକଙ୍କୁ ଅଭିଯୁକ୍ତ କରିଛି ଲଦାଖ ପୁଲିସ ।