୧ରୁ ବଦଳିବ ଗ୍ୟାସ୍ ସିଲିଣ୍ଡର ବୁକିଂ ନିୟମ

(ସାକ୍‌ସୀ ନ୍ୟୁଜ୍‌): ଡିସେମ୍ବର ୨୦୨୬ରେ ଗ୍ୟାସ୍ ସିଲିଣ୍ଡର ବ୍ଲକ୍ କରିବା ପୂର୍ବରୁ ପଭୋକ୍ତାମାନେ ନିଜର ଆଧାର ୟୋମେଟ୍ରିକ୍ ଇ-କେୱାଇସି ସ୍ଥିତି ପାଞ୍ଚ କରିନେବା ଦରକାର। ଯଦି ଉକ୍ତ ଟ୍ରକ୍ରିୟା ସଂପୂର୍ଣ ନ କରନ୍ତି, ତେବେ ଆପଣଙ୍କ ଗ୍ୟାସ୍‌ ସବ୍‌ସିଡ଼ି (ରିହାତି) ଉପରେ ପ୍ରଭାବ ପକାଇବ। ଏହା ଧାନ ଦେବା ଉଚିତ୍ ଯେ ନଭେମ୍ବର ମାସ ସୁଦ୍ଧା ସରକାର କିମ୍ବା ତୈଳ କମ୍ପାନିଗୁଡ଼ିକ ପକ୍ଷରୁ ଆଧାର ଇ-କେୱାଇସି ସମ୍ବନ୍ଧୀୟ କୌଣସି ନୂତନ ନିୟମ ଘୋଷଣା କରାଯାଇନାହିଁ । ଗ୍ରାହକମାନଙ୍କ ସୁବିଧା ଏବଂ ସ୍ପଷ୍ଟତା ପାଇଁ, ଏଲ୍‌ପିଜି ସିଲିଣ୍ଡର ଏବଂ ଇ-କେୱାଇସି ସମ୍ବନ୍ଧୀୟ କିଛି ଗୁରୁତ୍ବପୂର୍ଣ ବିଷୟ ଉଲ୍ଲେଖ କରୁଛୁ ।

ଆଧାର ବାୟୋମେଟ୍ରିକ୍ ଇ-କେଓ୍ୱାଲସି ବାଧ୍ୟତାମୂଳକ: ସବ୍‌ସିଡି ପାଇବା ପାଇଁ, ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କୁ ଆଧାର ବାୟୋମେଟ୍ରିକ୍ ପ୍ରମାଣୀକରଣ ସମ୍ପୂର୍ଣ କରିବାକୁ ପଡ଼ିବ। ଏହି ନିୟମ ତିନୋଟିଯାକ କମ୍ପାନି – ଇଣ୍ଡେନ୍, ଏଚ୍ପି ଗ୍ୟାସ୍ ଏବଂ ଭାରତ ଗ୍ୟାସ୍‌ର ଗ୍ରାହକମାନଙ୍କ ପାଇଁ ଲାଗୁ ହେବ। ଘରେ ବସି ଆପଣଙ୍କର ଇ-କେୱାଇସି ସମ୍ପୂର୍ଣ କରନ୍ତୁ । ଇଣ୍ଡେନ୍ ଗ୍ରାହକମାନେ Indian Oil ONE ଆପ୍ ବ୍ୟବହାର କରିପାରିବେ। ଭାରତ ଗ୍ୟାସ୍ ଗ୍ରାହକମାନେ HelloBPCL ଆପ୍ ମାଧ୍ୟମରେ ଏହି ପ୍ରକ୍ରିୟା ସମ୍ପୂର୍ଣ କରି ପାରିବେ। ଏଚ୍ପି ଗ୍ୟାସ୍ ଗ୍ରାହକମାନେ HP PAY ଆପ୍ ମାଧ୍ୟମରେ ନିଜର ଇ-କେୱାଇସି ସମ୍ପୂର୍ଣ କରିପାରିବେ। ଏହି ଆପ୍ ଗୁଡ଼ିକରେ ‘ଫେସ୍ ଅଥେଣ୍ଟିକେସନ୍’ ବା ଚେହେରା ଯାଞ୍ଚ ସୁବିଧା ମଧ୍ଯ ଉପଲବ୍ଧ ଅଛି ।

ଗ୍ୟାସ୍ ଏଜେନ୍ସିକୁ ଯାଇ ମଧ୍ୟ ଯାଞ୍ଚ କରାଯାଇପାରିବ। ଯଦି ଜଣେ ଗ୍ରାହଳ ମୋବାଇଲ୍ ଆପ୍ ମାଧ୍ୟମରେ ଏହି ପ୍ରକ୍ରିୟା ସମ୍ପୂର୍ଣ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ବାୟୋମେଟ୍ରିକ୍ ଇ-କେୱାଇସି କରାଇବା ପାଇଁ ନିଜର ପଞ୍ଜୀକୃତ ଗ୍ୟାସ୍‌ ଏଜେନ୍ତିକୁ ଯାଇପାରିବେ। ଯେଉଁ ଗ୍ରାହକମାନେ ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ କରିବାକୁ ଚାହାଁନ୍ତି ନାହିଁ କିମ୍ବା ସବସିଡି (ସହାୟତା ରାଶି) ପାଇବାକୁ ଚାହାଁନ୍ତି ନାହିଁ, ସେମାନେ ‘ନନ୍-ସବସିଡାଇଜଡ୍’ (ସବସିଡି ମିଳୁନଥିବା) ସିଲିଣ୍ଡର ବାଛିପାରିବେ। ଏଥି ପାଇଁ, ସେମାନଙ୍କୁ ତୈଳ କମ୍ପାନିଗୁଡ଼ିକର ଅନୁମୋଦିତ ମାଧ୍ଯମ ଜରିଆରେ ନିଜର ପସନ୍ଦ ପଞ୍ଜୀକରଣ କରିବାକୁ ହେବ ।

ଉପଲବ୍ଧତା ଉପରେ ନିର୍ଭର କରି, ୫ କିଲୋଗ୍ରାମ ଏବଂ ୧୦ କିଲୋଗ୍ରାମ ଦିଶିଷ୍ଟ ସିଲିଣ୍ଡର ମଧ୍ଯ ନିଆଯାଇପାରିବ। ଇ-କେୱାଇସି ନ କଲେ ସବସିଡି ବନ୍ଦ ହୋଇପାରେ: ଯଦି ଆପଣ ଏପର୍ଯ୍ୟନ୍ତ ଆଧାର ବାୟୋମେଟ୍ରିକ୍ ଯାଞ୍ଚ ସମ୍ପୂର୍ଣ କରି ନାହାନ୍ତି, ତେବେ ଆପଣଙ୍କ ସବସିଡି ଉପରେ ପ୍ରଭାବ ପଡ଼ିପାରେ। ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ ହେବା ପରେ ହିଁ ଯୋଗ୍ୟ ଗ୍ରାହକମାନେ ସବସିଡି ପାଇପାରିବେ। ଯେଉଁ ଗ୍ରାହକମାନେ ପୂର୍ବରୁ ନିଜର ଆଧାର ବାୟୋମେଟ୍ରିକ୍ ଯାଞ୍ଚ ସମ୍ପୂର୍ଣ କରିସାରିଛନ୍ତି, ସେମାନଙ୍କୁ ପୁନର୍ବାର ଏହି ପ୍ରକ୍ରିୟା କରିବାର ଆବଶ୍ୟକତା ନାହିଁ । ସେମାନଙ୍କର ନିୟମିତ ଗ୍ୟାସ୍‌ ବୃକିଂ ଏବଂ ସବସିଡି ପାଇବାର ସୁବିଧା ପୂର୍ବଭଳି ଜାରି ରହିବ ।