ଆରମ୍ଭ ହେଲା ଭାରତ-ନେପାଳ ମଧ୍ୟରେ ରେଳ ସେବା

ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ରେଳ ସେବା ଆରମ୍ଭ ହୋଇଛି । ଏହି ରେଳ ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଉଦଘାଟନ କରିଛନ୍ତି । ଉଭୟ ନେତା ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଥିଲେ । ଉଭୟ ଦେଶ ମଧ୍ୟରେ ମୋଟ ୬୯.୦୮ କିମି ରେଳ ଲାଇନ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି ।

ଏଥିରେ ପ୍ରଥମର୍ଦ୍ଧାରେ ୩୪.୫ କିମି ରେଳ ଲାଇନର ଉଦଘାଟନ କରାଯାଇଛି । ଏହି ରେଳ ଲାଇନ ବିହାରର ଜୟନଗରକୁ ନେପାଳର ଜନକପୁରସ୍ଥିତ କୁର୍ଥା ଷ୍ଟେସନ ସହ ଯୋଡିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ଲୋକଙ୍କ ମଧ୍ୟରେ ଥିବା ସମ୍ପର୍କର ଉଦାହରଣ ଆଉ ଏମିତି କେଉଁଠି ବି ଦେଖିବାକୁ ମିଳିବନି । ଆମ ସଭ୍ୟତା, ସଂସ୍କୃତି ଓ ଆଦାନପ୍ରଦାନର ଡୋରି ପ୍ରଚୀନ କାଳ ସହ ଯୋଡିଥାଏ ।