ଶ୍ରୀମନ୍ଦିରର କଡା ସୁରକ୍ଷାକୁ ଭେଦ କରି କିପରି ଏଭଳି ଅଘଟଣ ଘଟିଲା : ଦୁର୍ବୃତ୍ତ ରୋଷଘର ଚୁଲି ଭାଙ୍ଗିବା ଘଟଣା

ପୁରୀ: ମହାପ୍ରସାଦ ରନ୍ଧନ ପାଇଁ ବ୍ୟବହାର ହେଉଥିବା ଚୁଲିଗୁଡିକୁ କେହି ଆକ୍ରୋଶମୂଳକ ଭାବେ ଭାଙ୍ଗି ଦେଇଥିବା ଆଶଙ୍କା କରାଯାଉଛି । ଏଥିରେ ୭ଟି କୋଠଭୋଗ ଚୂଲି ସମେତ ପ୍ରାୟ ପାଖାପାଖି ୧୦୦ ଚୂଲି ଭାଙ୍ଗି ଦେଇଥିବା ସୂଚନା ରହିଛି ।

ଶ୍ରୀ ମନ୍ଦିର ରୋଷେଇ ଘରେ ପଶି ୧୦୦ ରୁ ଅଧିକ ଚୁଲି ଦୁର୍ବୃତ୍ତମାନେ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆଜି ଭୋରରୁ ଏହି ଚୂଲି ଗୁଡିକୁ ଭାଙ୍ଗି ଦିଆଯାଇଛି । ତେବେ କେବେଳ ଚାବି ପଡି ରହିଥିବା ଉତ୍ତରପାର୍ଶ୍ବ ଚୁଲି, ଏମାର ଚୁଲି, ଓଡିଆ ଚୁଲି ସୁରକ୍ଷିତ ରହିଛି । ବାକି ଅନ୍ୟ ସମସ୍ତ ଚୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।

ତେବେ ଶ୍ରୀମନ୍ଦିରର କଡା ସୁରକ୍ଷାକୁ ଭେଦ କରି କିପରି ଏଭଳି ଅଘଟଣ ଘଟିଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।