୫ ବର୍ଷରେ ୧୦ ଲକ୍ଷ ଚାକିରି

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟେଲ ଏକ ବଡ ସୂଚନା ଦେଇଛନ୍ତି । ଦେଶରେ ଆଗାମୀ ୪-୫ ବର୍ଷ ମଧ୍ୟରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ । ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହୋଇଥିବା ନୂଆ ବାଣିଜ୍ୟ ଐତିହାସିକ ଡିଲ ପରେ ଆଗାମୀ ୫ ବର୍ଷ ଭିତରେ ଭାରତ ପାଖାପାଖି ୪୦ରୁ ୫୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ôଚବ ଯାହା ଏବେ ୨୭ ବିଲିୟନ ଡଲାର ରହିଛି ।

ଭାରତ-ଅଷ୍ଟ୍ରେଲିଆ ଆର୍ଥିକ ସହଯୋଗ ଓ ବାଣିଜ୍ୟିକ ଚୁକ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କେଟ ମରିସନ, ପୀୟୁଷ ଗୋୟେଲ ଓ ଅଷ୍ଟ୍ରେଲିଆର ବାଣିଜ୍ୟ ମନ୍ତ୍ରୀ ଡେନ ତେହାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିବା ଭର୍ଚ୍ଚୁଆଲ ସମାରୋହରେ ହସ୍ତାକ୍ଷର କରିଥିଲେ ।