ବଙ୍କର ଉପରେ ବୋମା ପକାଇବା ଘଟଣାରେ ମହିଳା ଗିରଫ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ସୋପୋରରେ ସିଆରପିଏଫର ବଙ୍କର ଉପରେ ପେଟ୍ରୋଲ ବୋମା ପକାଇ ଆକ୍ରମଣ କରିଥିବା ମହିଳାଙ୍କୁ ଗିରଫ କରାଯାଇଛି । ଏନେଇ ପୁଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ବଙ୍କର ଉପରେ ପେଟ୍ରୋଲ ବୋମା ପକାଇ ଆକ୍ରମଣର କିଛି ଘଣ୍ଟା ପରେ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସୁରକ୍ଷାକର୍ମୀ ତାଙ୍କୁ ଗିରଫ କରିଥିଲେ ।

ସୂଚନାଯୋଗ୍ୟ ମହିଳା ଜଣକ ହେଉଛନ୍ତି ବାରାମୂଳା ନିବାସୀ ହସୀନା ଅଖତର । ଅଭିଯୁକ୍ତ ମହିଳା ପ୍ରତିବନ୍ଧିତ ଅଲଗାବବାଦୀ ସମୂହ ଦୁକ୍ଷାତରନ-ଏ-ମିଲନ ସହ ଜଡିତ । ଏହି ମହିଳା ଉତ୍ତର କଶ୍ମୀରର ହନ୍ଦବାଡା ଲସ୍କର-ଏ-ତୈୟବା ଆତଙ୍କବାଦୀ ସମୂହର ପୋଷ୍ଟର ଲଗାଇବା ସହ ଜଡିତ ଥିଲା । ପରେ ତାଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଥିଲା । ସେ ଗତବର୍ଷ ଡିସେମ୍ବରରେ ଜାମିନରେ ଆସିଥିବା ନେଇ ସୂଚନା ମିଳିଛି ।