ରେପୋ ଓ ରିଭର୍ସ ରେଟ୍ ଅପରିବର୍ତ୍ତିତ – ଆରବିଆଇ

ମୁମ୍ବଇ : ଆରବିଆଇ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମୁଦ୍ରା ନୀତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏଥର ମଧ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୨ ମସିହାରେ ପ୍ରଥମ ମୁଦ୍ରା ନୀତି ଘୋଷଣା କରିଛି ।  କ୍ରମାଗତ ୧୦ମ ଥର ପାଇଁ ଆରବିଆଇ ରେପୋ ଓ ରିଭର୍ସ ରେଟ ଅପରିବର୍ତ୍ତିତ ରଖିଛି।
ସୂଚନାଯୋଗ୍ୟ, ଚଳିତ ମାସ ୮ ତାରିଖରେ ମୁଦ୍ରା ନୀତି କମିଟି ବୈଠକ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଲତା ମଙ୍ଗେସକରଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।

ତିନି ଦିନିଆ ମୁଦ୍ରା ନୀତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । କୌଣସି ପରିବର୍ତ୍ତନ ବିନା ଏମଏସଏଫ ହାର ଏବଂ ବ୍ୟାଙ୍କ ହାର ୪.୨୫ ପ୍ରତିଶତରେ ରହିବ ।