ପୁଣି କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ପୋଷ୍ଟର ଗାର୍ଲ ବନ୍ଦନା

ନୂଆଦିଲ୍ଲୀ : ୟୁପିରେ କଂଗ୍ରେସକୁ ପୁଣି ଝଟକା । ଉତ୍ତର ପ୍ରଦେଶ କଂଗ୍ରେସ ଦଳରୁ ପୋଷ୍ଟର ଗାର୍ଲ ବନ୍ଦନା ଇସ୍ତଫା ଦେଇଛନ୍ତି । ଅନ୍ୟପକ୍ଷରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି । ସେ ପାର୍ଟିରେ ନୂତନ କାର୍ଯକତ୍ତାକୁଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ନେଇ ଅସନ୍ତୁଷ୍ଟ ଥିଲେ । ସେହିପରି ପ୍ରିୟଙ୍କା ଗାନ୍ଧୀ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାକୁ ସମୟ ଦେଇନଥିବାରୁ ସେ ଅଭିଯୋଗ କରିଛନ୍ତି । ଦୁଇ ବର୍ଷ ହେବ ସେ ତାଙ୍କୁ ବହୁ ଚେଷ୍ଟା ପରେ ବି ଦେଖା କରି ପାରିନଥିଲେ ।

ଅନ୍ୟପକ୍ଷରେ ଲଡ଼କି ହୁଁ ଲଢ଼ ସକତି ହୁଁ ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ମିଶି ସାରିଛନ୍ତି । ସେହିପରି ପ୍ରିୟଙ୍କାଙ୍କ ଟିକେଟ୍‌ ନମିଳିବାରୁ ସେ ଦଳ ଛାଡିଛନ୍ତି । ଅନ୍ୟପକ୍ଷରେ ବନ୍ଦନା କହିଛନ୍ତି ଯେ, ପ୍ରିୟଙ୍କା କହିଥିଲେ ଯେ, ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦିଆଯିବ । ମୋତେ ଲାଗିଲା ଯେ, ନିର୍ବାଚନ ଲଢିବାକୁ ମୋତେ ଟିକେଟ ଦେବେ । କିନ୍ତୁ ତାହା ହୋଇନଥିବା ସେ କହିଛନ୍ତି । ବନ୍ଦନା କହିଛନ୍ତି ପାର୍ଟିରୁ ଇସ୍ତଫା ଦେବା ପୂର୍ବରୁ ସେ ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ, ମାତ୍ର ତାଙ୍କୁ ପ୍ରିୟଙ୍କା ସମୟ ଦେଲେ ନାହିଁ ।