ରାଜ୍ୟରେ ୨୪ ଘଣ୍ଟାରେ ଆଉ୨୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଆଜିର କରୋନା ମାମଲା ରାଜ୍ୟର ୪ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି…

ଭୁବନେଶ୍ୱର: ରାଜ୍ୟରେ ଧୀରେଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ରାଜ୍ୟରେ ୨ ଅଙ୍କ ତଳକୁ କରୋନା ସଂକ୍ରମଣ ଖସିନଥିବା ବେଳେ ଗତକାଲି ତୁଳନାରେ ଆଜି ସଂକ୍ରମିତ ସଂଖ୍ୟା ପୁଣି ବୃଦ୍ଧି ପାଇଛି । ଗତକାଲି ରାଜ୍ୟରେ ୨୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରୁ ଆଉ ୨୪ ଜଣ ଆକ୍ରାନ୍ତ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି । ଆଜିର କରୋନା ମାମଲା ରାଜ୍ୟର ୪ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି । ୨୬ ଜିଲ୍ଲା କରୋନା ମୁକ୍ତ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫ ଓ ସ୍ଥାନୀୟ ସଂକ୍ରମିତ ୯ଜଣ ରହିଛନ୍ତି ।