ମସଜିଦରେ ଉତ୍ତେଜିତ ଭାଷଣ ପରେ ଉତ୍ତେଜନା

ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଅଣାୟତ ହେବାରୁ କର୍ଫ୍ୟୁ ଲାଗୁ ହୋଇଛି…

ଶ୍ରୀନଗର : ଜାମ୍ମୁ-କଶ୍ମୀରର ଭଦ୍ରାହରେ ଏକ ମସଜିଦରେ ଉତ୍ତେଜିତ ଭାଷଣ ଦିଆଯିବା ପରେ ଉତ୍ତେଜନା ଦେଖାଯାଇଛି । ପରିସ୍ଥିତି ଉତ୍ତେଜପୂର୍ଣ୍ଣ ଥିବାରୁ କର୍ଫ୍ୟୁ ଜାରି କରିବା ସହ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ରିପୋର୍ଟ ଅନୁସାରେ ଜାମ୍ମୁ-କଶ୍ମୀର ଡୋଡା ଜିଲ୍ଲା ଭଦ୍ରାହରେ ଏକ ମସଜିଦରେ ଗୁରୁବାର ଉତ୍ତେଜନାପୂର୍ଣ୍ଣ ଭାଷଣ ଦିଆଯାଇଥିଲା । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଅଣାୟତ ହେବାରୁ କର୍ଫ୍ୟୁ ଲାଗୁ ହୋଇଛି । ଲୋକଙ୍କୁ ଘର ଭିତରେ ରହିବା ପାଇଁ ପ୍ରଶାସନ ଓ ପୋଲିସ ମାର୍ଗଦର୍ଶିକ ଜାରି କରିଛନ୍ତି । ଯେଭଳି କୌଣସି ହିଂସା ନ ଘଟିବ, ସେଥିପାଇଁ ବ୍ୟାପକ ପୋଲିସ ମୁତୟନ ଅଛନ୍ତି ।