ବ୍ରିଟିଶ ଆକ୍ଟରଙ୍କ ସହ ଆମିଙ୍କ ରୋମାନ୍ସ

ବର୍ତ୍ତମାନ ଆମି ସୋସିଆଲ ମିଡିଆରେ ଉଭୟଙ୍କ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି…

ମୁମ୍ବାଇ : ଅଭିନେତ୍ରୀ ଆମି ଜ୍ୟାକସନ ‘ଗସିପ ଗାର୍ଲ’ ଫେମ ଅଭିନେତା ଏଡ ୱେଷ୍ଟବିକ୍‌ ସହିତ ସମ୍ପର୍କ ରଖିଛନ୍ତି । କିନ୍ତୁ ଆମିଙ୍କ ଏହି ବିଷୟରେ କୌଣସି ବୟାନ ଦେଇନଥିଲେ । ହେଲେ ଏବେ ଆମି ନିଜେ ଦୁହିଁଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି । ଗତ ମାସରେ, ଆମି ଲଣ୍ଡନରେ ଏଡ ୱେଷ୍ଟୱିକ ସହିତ ବୁଲୁଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଆମି ସୋସିଆଲ ମିଡିଆରେ ଉଭୟଙ୍କ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।