ନୂଆଦିଲ୍ଲୀ: ଦୀପାବଳିରେ କରୋନା ପୁଣି ଆତଙ୍କ ସୃଷ୍ଟି କରିପାରେ ବୋଲି ମନରେ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ମିଳିଛି ବଡ଼ ଆଶ୍ୱସ୍ତି । ଭାରତରେ କରୋନା ମାମଲାରେ ବଡ଼ ଆରାମ ଦେଖିବାକୁ ମିଳିଛି । ଆଜି ୧୯୭ ଦିନ ପରେ ଦେଶରେ ସର୍ବନିମ୍ନ ସଂଖ୍ୟକ କୋଭିଡ ମାମଲା ପଞ୍ଜିକୃତ ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାର ୮୩୦ ଟି ନୂଆ ମାମଲା ଚିହ୍ନଟ ହୋଇଛି, ଯାହାଫଳରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୪୫,୭୬୮ କୁ ବୃଦ୍ଧି ପାଇଛି । ଗତ ୧୯୭ ଦିନ ମଧ୍ୟରେ ଭାରତରେ ସର୍ବନିମ୍ନ ଦୈନିକ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି ।
ଏଥି ସହିତ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଁ ୨୧,୬୦୭ ହୋଇଛି । ବୁଧବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ ସଂକ୍ରମଣ ହେତୁ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କାରଣରୁ ମୃତ୍ୟୁ ସଂଖ୍ୟା ୫,୨୮,୯୮୧ କୁ ବୃଦ୍ଧି ପାଇଛି ।