SDJM କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ୍

ଭୁବନେଶ୍ୱର : ଆଜି କୋର୍ଟରେ ହାଜର ହେବେ ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗ୍ । ଭୁବନେଶ୍ୱର SDJMଙ୍କ କୋର୍ଟରେ ହାଜର ହେବେ ଅର୍ଚ୍ଚନା । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ମାମଲାରେ ହେବେ ହାଜର । ସେପଟେ ଜଗବନ୍ଧୁଙ୍କ ପାଇଁ ଜାମିନ ଆବେଦନ କରିବେ ତାଙ୍କ ଓକିଲ । ଜଗବନ୍ଧୁଙ୍କ ବିରୋଧରେ ଲାଗିଛି ୧୬ଟି ଦଫା ।

ସୂଚନା ଥାଉକି ୨୦୧୬ରେ ଘର ଭଡା ନେଇ ଭୁବନେଶ୍ୱରରେ ରହୁଥିବା ଅର୍ଚ୍ଚନା ୨୦୨୦ ବେଳକୁ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ । ମାତ୍ର ୫ବର୍ଷରେ ଏତେ ଟଙ୍କାର ସମ୍ପତ୍ତି ସେ କେମିତି ଉପାର୍ଜନ କଲେ ତାର ହିସାବ ଖୋଜିବ ପୋଲିସ । ଗତ ୬ମାସ ଭିତରେ ଏଥିରେ ୫କୋଟି ଟଙ୍କା ନେଣଦେଣ ହୋଇଥିବା ଜଣାପଡିଛି । ପ୍ରତି ଆକାଉଣ୍ଟରେ ହୋଇଥିବା ବଡ ବଡ ପରିମାଣର ଟଙ୍କା ନେଣଦେଣ ଏବେ ପୋଲିସ ସ୍କାନରରେ ।