କମୁନି ସଂକ୍ରମଣ : ବେଜିଂ-ସଂଘାଇରେ କଡା କଟକଣା
ଚୀନରେ କୋଭିଡ ସଂକ୍ରମଣ କମିବାର ନା ନେଉନାହିଁ । ସେଠାରେ ଗତ ୨୪ ଘଣ୍ଟାରେ
ନୂଆଦିଲ୍ଲୀ : ଚୀନରେ କୋଭିଡ ସଂକ୍ରମଣ କମିବାର ନା ନେଉନାହିଁ । ସେଠାରେ ଗତ ୨୪ ଘଣ୍ଟାରେ ୬ ହଜାର ୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଏପରିକି ଦେଶରେ ଶ୍ରମିକ ଦିବସ ପାଳନ ଉପରେ ମଧ୍ୟ ରୋକ୍ ଲାଗିଛି । ଏବେ ସବୁଠି ସଂକ୍ରମଣ କମିଥିବା ବେଳେ ଚୀନରେ କିନ୍ତୁ କମୁନାହିଁ । ଦେଶର ଆର୍ଥିକ ରାଜଧାନୀ ସଂଘାଇରେ ଓ ବେଜିଂରେ କୋରାନା କଟକଣା କଡାକଡି ଭାବେ ଲାଗୁ କରାଯାଇଛି । ସେହିପରି ୨୧ କୋଟିରୁ ଅଧିକ ଲୋକ କଟକଣା ଭିତରେ ଜୀବନ ବଞ୍ଚୁଛନ୍ତି । ସେଠାରେ ଲକଡାଉନ ହେତୁ ସେଠାକାର ଜନତା ଖାଇବା ପିଇବା ପାଇଁ ନାନା ଅସୁବିଧାର ସାମ୍ନା କରୁଛନ୍ତି । ଅନ୍ୟପକ୍ଷରେ ଦେଶର ୨୬ସହରରେ ଲକଡାଉନ କାରଣରୁ ଚୀନର ଜିଡିପି ପ୍ରଭାବିତ ହୋଇଛି । ଦେଶର ମୋଟ ୧୧୨୬ଲକ୍ଷ କୋଟିର ଜିଡିପିରେ ୨୪୭ଲକ୍ଷ କୋଟି ଟଙ୍କା କ୍ଷତି ଘଟିଲାଣି ।