ଜର୍ମାନକୁ ରୁଷର ନାଲିଆଖି

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନାହିଁ । ଭିତରେ ଜର୍ମାନକୁ ରୁଷ୍‌ ନାଲିଆଖି….

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନାହିଁ । ଭିତରେ ଜର୍ମାନକୁ ରୁଷ୍‌ ନାଲିଆଖି ଦେଖାଇଛି । ରୁଷ କହିଛି ଯେ, ୟୁକ୍ରେନକୁ ସାହାଯ୍ୟ କଲେ ପରିଣାମ ଭୟଙ୍କର ହେବ କହିଛି । ଏହାପୂର୍ବରୁ ଜର୍ମାନ ଯୁଦ୍ଧରେ ନିରପେକ୍ଷ ରହିବା କଥା କହିସାରିଛି । ଏକ ରିପୋର୍ଟ ଅନୁସାରେ ଗତ କିଛିଦିନ ହେବ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଡେଲିଭରୀକୁ ବୃଦ୍ଧି କରିଛି । କିନ୍ତୁ ସେ ଏହା ମାନୁନାହିଁ ଯେ ଜର୍ମାନୀରେ ନିର୍ମିତ ଆମେରିକୀୟ ବେସରେ ୟୁକ୍ରେନ ସୈନ୍ୟମାନଙ୍କୁ ତାଲିମ ଦେବାରେ ସେ ରେଡ ଲାଇନ ଅତିକ୍ରମ କରୁଛନ୍ତି । ରୁଷ ଏକଥା ବହୁତ ଭଲ ଭାବେ ଜାଣିଛି । ଆମେ ଆଶ୍ୱସ୍ତ ଯେ ଜର୍ମାନରେ ୟୁକ୍ରେନ ସୈନିକଙ୍କୁ ଟ୍ରେନିଂ ଦେବା ଅର୍ଥ ଯୁଦ୍ଧରେ ସାମିଲ ହେବା ନୁହେଁ ।

ସେହିପରି ଜର୍ମାନର ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିନ୍‌ ମଧ୍ୟ ଆମେରିକାର ରାମଷ୍ଟାଇନ ବେସରେ ଘୋଷଣା କରିଛନ୍ତି ଯେ ବର୍ଲିନ ୱେଷ୍ଟର୍ଣ୍ଣ ଆର୍ଟିଲରି ସିଷ୍ଟମ ସହିତ ୟୁକ୍‌ରେନ୍‌ ସୈନିକଙ୍କ ଟ୍ରେନିଂକୁ ସମର୍ଥନ କରିବ । ଅନ୍ୟପକ୍ଷରେ ୟୁକ୍ରେନ ସୈନିକ ବହୁ ସମୟରୁ ଜର୍ମାନ ମାଟିରେ ସୈନ୍ୟ ଟ୍ରେନିଂ ନେଉଛନ୍ତି ।