ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୧ ହଜାର ୭୩୯ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର ୯୯୯କୁ ଵୃଦ୍ଧି ଘଟିଛି…

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ୧୧ ହଜାର ୭୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ସେହି ସମୟ ମଧ୍ୟରେ ୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଫଳରେ ଏ ପର୍ଯ୍ୟନ୍ତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର ୯୯୯କୁ ଵୃଦ୍ଧି ଘଟିଛି। ତେବେ ଏହି ସଂକ୍ରମଣରୁ ୧୦ ହଜାର ୯୧୭ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୪ କୋଟି ୨୭ ଲକ୍ଷ ୭୨ ହଜାର ୩୯୮ରେ ପହଂଚିଛି।