ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ କ୍ଷୋଭ

ସବୁଠୁ ଅଧିକ ଉଚ୍ଚର ରଥ ଭାବେ କେନ୍ଦୁଝର ରଥକୁ ନିକଟରେ ଗିନିଜ ବୁକ୍ ଅଫ ରେକଡର୍ସରେ ସ୍ଥାନ…

କେନ୍ଦୁଝର: ସବୁଠୁ ଅଧିକ ଉଚ୍ଚର ରଥ ଭାବେ କେନ୍ଦୁଝର ରଥକୁ ନିକଟରେ ଗିନିଜ ବୁକ୍ ଅଫ ରେକଡର୍ସରେ ସ୍ଥାନ ମିଳିଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ, ପୁରୀ ରଥ ହିଁ ସବୁଠୁ ଉଚ୍ଚ ହେବା କଥା ।

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ ହେଉଛି ପୁରୀ କିନ୍ତୁ କେନ୍ଦୁଝର ରଥର ଉଚ୍ଚତା ପୁରୀ ଠାରୁ ଅଧିକ କରାଯାଉଥିବାରୁ ଜଗନ୍ନାଥ ପରମ୍ପରା ପ୍ରତି କୁଠାରଘାତ । ତେଣୁ ସେଠାକାର ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଗଜପତି କହିଛନ୍ତି ।

ପୁରୀରେ ନନ୍ଦିଘୋଷ ରଥର ଉଚ୍ଚା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏଥିରେ ୧୬ ଚକ ରହିଥାଏ । ରଥର ଗୋଲେଇ ୪୫ ଫୁଟ ହୋଇଥାଏ । ଏହି ରଥରେ ତିନି ଠାକୁର ଜଗନ୍ନାଥ ବଳଭଦ୍ର ଓ ମା’ ସୁଭଦ୍ରା ଯାତ୍ରା କରିଥାନ୍ତି । ସବୁଠୁ ଅଧିକ ଉଚ୍ଚର ରଥ ଭାବେ ଏହାକୁ ଗିନିଜ ବୁକ୍ ରେକର୍ଡସରେ ସ୍ଥାନ ପାଇଛି ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ,ସାକ୍‌ସୀ ନ୍ୟୁଜ୍‌