ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୮,୯୩୦ କରୋନା ଆକ୍ରାନ୍ତ ଚିହ୍ନଟ

ଯାହାକି ଗତକାଲି ତୁଳନାରେ ଆଜିର ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୭୭୧ ବୃଦ୍ଧି ଘଟିଛି…

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତକାଲି ତୁଳନାରେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । ସାରା ଦେଶରୁ ଗତକାଲି ୧୬ହଜାର ୧୫୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ଦେଶରୁ ଆଉ ୧୮ହଜାର ୯୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ଆଜିର ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୭୭୧ ବୃଦ୍ଧି ଘଟିଛି ।

ସେହିପରି ଗୋଟିଏ ଦିନରେ ୩୫ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ହଜାର ୬୫୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି । । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୧ଲକ୍ଷ ୧୯ହଜାର ୪୫୭ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି ।