କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ଣ୍ଣନ ମଣ୍ଡଳୀ କଳାକାର : କଳାକାର ମହଲରେ ଅସନ୍ତୋଷ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ ମାଧ୍ୟମରେ କନ୍ଧମାଳ….

କନ୍ଧମାଳ: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ଚାଲୁରହିଛି l ଲୋକକଳା ଓ ଲୋକସଂସ୍କୃତି କୁ ଉଜ୍ଜୀବିତ କରିବା ସହିତ ଦୁସ୍ଥ ପେସାଦାର କଳାକାର ଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମ କୁ ଲୋକେ ପ୍ରଶଂସା କରିଛନ୍ତି l ସରକାର ଓଡିଶା ରେ ୪୬୧ ପ୍ରକାର ଲୋକ କଳାକୁ ଚି଼ହ୍ନଟ କରିଛନ୍ତି l ବିଲୁପ୍ତ ପ୍ରାୟ କଳା କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶା ର ସର୍ବ ପୁରାତନ ପରମ୍ପରା ସଂକୀର୍ଣ୍ଣନ କଳାକାର ଙ୍କୁ ଚୟନ ପ୍ରକ୍ରିୟା ରେ ବାଦ ଦିଆଯାଇଛି lଇ-ରେଜିଷ୍ଟେସନ ବେଳେ ସଂକୀର୍ଣ୍ଣନ କଳାକାର ଙ୍କୁ ରେଜିଷ୍ଟ୍ରେସନ ପାଇଁ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ମନା କରିଥିବା ଅଭିଯୋଗ ହେଉଛି l କଳାକାର ପାଇଁ ଖାଇବା ବ୍ୟବସ୍ଥା କରା ଯାଇ ନଥିବାରୁ ଦୂର ଦୁରାନ୍ତ ରୁ ଅଡିସନ ରେ ଭାଗ ନେଇଥିବା କଳାକାର ଭୋକ ଉପ ବାସରେ ଫେରିଥିବା ଅଭିଯୋଗ ହେଉଛି l କନ୍ଧମାଳ ଜ଼ିଲ୍ଲା ରେ ନାମ ସଂକୀର୍ଣ୍ଣନ ମାଧ୍ୟମ ରେ କଳା ଓ ସଂସ୍କୃତି କୁ ଵଞ୍ଚାଇ ରଖିଥିବା କଳା କାରଙ୍କୁ ବାଦ ଦିଆଯାଇଥିବାରୁ କଳାକାରଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l

ଆଗାମୀ ଦିନରେ ଜ଼ିଲ୍ଲାର ସମସ୍ତ ସଂକୀର୍ଣ୍ଣନ ମଣ୍ଡଳୀ ଜ଼ିଲ୍ଲା ସଂସ୍କୃତି କାର୍ଯାଳୟ କୁ ଘେରାଉ କରିବାକୁ କଳାକାର ମାନେ ଚେତାବନୀ ଦେଇଛନ୍ତି l ଏନେଇ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ ଙ୍କୁ ପଚାରିବାରୁ ପ୍ରତିକ୍ରିୟା ରେ କହିଛନ୍ତି ଯେ ସଂକୀର୍ଣ୍ଣନ କଳାକାର ଙ୍କୁ ଚୟନ ପ୍ରକ୍ରିୟା ରେ ସୁଯୋଗ ଦେବାପାଇଁ ସଂସ୍କୃତି ଅଧିକାରୀ ଙ୍କୁ ଅନେକ ଥର ଅନୁରୋଧ କରିଛି କିନ୍ତୁ ଫଳପ୍ରଦ ହୋଇନାହିଁ l ଜ଼ିଲ୍ଲା ର ସଂକୀର୍ଣ୍ଣନ କଳାକାର ଙ୍କୁ ସୁଯୋଗ ନ ମିଳିବା ବିଡମ୍ବନା ର ବିଷୟ ଏହା ମୋତେ ବ୍ୟଥିତ କରୁଛି l