ପାରିବାରିକ କଳହ ର କରୁଣ ପରିଣତି: ସ୍ତ୍ରୀ କୁ କଟୁରୀ ରେ ବେକକୁ କାଟିଲା ସ୍ୱାମୀ

କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା….

ବାଲିଗୁଡା: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ନିକଟସ୍ଥ ବୁହୁକିଆ ରେ ଏକ ଅଭାବନୀୟ ଘଟଣା ସ୍ତ୍ରୀ ର ବେକକୁ କଟୁରୀ ରେ କାଟିଲା ସ୍ୱାମୀ ଗୁରୁବାର ସକାଳୁ ଏହିଭଳି ଅଭାବନୀୟ ଘଟଣା ଘଟିଛି l ପାରିବାରିକ କହଳ ରୁ ଏହି ଘଟଣା ଘଟିଛି l ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଗୁରୁତର ଭାବେ ଆହତ ହୋଇଛନ୍ତି l ଲେତିଙ୍ଗିଆ ଗାଁ ର ବିଷ୍ଟର ପ୍ରଧାନ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳ ର ମଣ୍ଟୁ ପ୍ରଧାନ ଙ୍କୁ ବିବାହ କରିଥିଲେ କିଛି ଦିନହେବ ଉଭୟ ଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା l ସ୍ୱାମୀ ର ଗଞ୍ଜଣା ସହ୍ୟ କରିନପାରି ବାପା ଘରକୁ ଆସିଥିଲେ ଆଜି ଉତ୍ୟକ୍ତ ହୋଇ ଲେତୀଙ୍ଗିଆ ଗାଁ କୁ ଯାଇ ଏହିଭଳି କାଣ୍ଡ ଭିଆଇ ଥିବା ଜଣା ପଡିଛି l ବିଷ୍ଟେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ, କ.ନୂଆଗାଁ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି l ପରିବାର ଲୋକ ଙ୍କ ଅଭିଯୋଗ ପରେ କ.ନୂଆଗାଁ ଥାନା ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି l