ଆସନ୍ତା ୧୨ରେ ହେବ ଜ୍ଞାନବାପୀ ଶୃଙ୍ଗାର ଗୌରୀ ମାମଲାର ଶୁଣାଣ

ଜ୍ଞାନବାପୀ ମସଜିଦ ଶୃଙ୍ଗାର ଗୌରୀ ମାମଲାରେ କୋର୍ଟରେ ଶୁଣାଣୀ….

ବାରାଣସୀ : ଜ୍ଞାନବାପୀ ମସଜିଦ ଶୃଙ୍ଗାର ଗୌରୀ ମାମଲାରେ କୋର୍ଟରେ ଶୁଣାଣୀ ହୋଇଥିଲା । ଉତରକାରୀ ଅଂଜୁମାନ ଇନ୍ତଜାମିଆ ମସାଜିଦ କମିଟିର ଓକିଲ ଅଭୟ ନାଥ ଯାଦବଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଜୁଲାଇ ୧୨କୁ ପରିବର୍ତ୍ତୀ ଶୁଣାଣୀ ତାରିଖ ଭାବରେ ସ୍ଥିର କରିଛନ୍ତି । ରାଖୀ ସିଂଙ୍କ ସମେତ ୫ ଜଣ ମହିଳାଙ୍କ ନାମରେ ଦାଖଲ ହୋଇଥିବା ଏହି ଶୁଣାଣି ସମୟରେ ଉତରପ୍ରଦେଶର ପ୍ରତିନିଧିତ୍ୱ କରୁଥିବା ଓକିଲ ଅଭୟନାଥ ଯାଦବ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୭ ନିୟମ ୧୧ ଅନୁଯାୟୀ ଏହି ମୋକଦ୍ଦମା ପରିଚାଳନା କରାଯାଇପାରିବ କି ନାହିଁ ସେ ସମ୍ପର୍କରେ ଯୁକ୍ତି ଉପସ୍ଥାପନ କରିଥିଲେ । ଏହା ପୂର୍ବରୁ ମେ ୩୦ରେ ମୁସଲିମ ପକ୍ଷ ୩୯ ପଏଣ୍ଟ ଉପରେ ଯୁକ୍ତି ବାଢ଼ିଥିଲେ । ଏଥର ମୁସଲିମ ପକ୍ଷର ପରାମର୍ଶଦାତା ୫୨ଟି ଆପତି ମଧ୍ୟରୁ ୫୧ ପଏଣ୍ଟ ଉପରେ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି ।