ନୂଆଦିଲ୍ଲୀ: ଚୀନ ରାଜଧାନୀ ସାଙ୍ଘାଇ କୋଭିଡ-୧୯ ସଂକ୍ରମରରେ ହସ୍ତବ୍ୟସ୍ତ ହେଲାଣି । ସେଠାରେ ଅଧିକ ପ୍ରଭାବିତ ହୋଇଛି । ବିଗିଡିବାକୁ ଲାଗିଲାଣି ଏଠାକାର ସ୍ଥିତି । ସାଙ୍ଘାଇରେ କରୋନା ସଂକ୍ରମଣ ଯୋଗୁ ହାହାକାର ପିରସ୍ଥିତି ସୃଷ୍ଟି ହୋଇଛି । ସେହିପରି ସଂକ୍ରମଣ ରୋକିବା ପାଇଁ କଡା ଲକଡାଉନ ମଧ୍ୟ ଲଗାଇଛନ୍ତି । ଅନ୍ୟପକ୍ଷରେ ସାରା ଚୀନରୁ ଯେତିକି ଯେତିକି ଚିହ୍ନଟ ହେଉଛନ୍ତି ସେଥିମଧ୍ୟରୁ ଅଧିକାଂଶ ସାଂଘାଇରୁ ଚିହ୍ନଟ ହେଉଛନ୍ତି । ସ୍ଥିତି ଏପରି ହୋଇଛି ଯେ ଲୋକେ ଦେଶ ଛାଡି ଚାଲିଯାଉଛନ୍ତି । ସେହିପରି ଦେଶର ଆର୍ଥିକ ବ୍ୟବସ୍ଥା ଏକ ପ୍ରକାରର ଦୋହଲିଯାଇଛି । ଏହାବ୍ୟତୀତ ସେଠାରେ ଅନେକ ବିମାନ ଉଡାଣ ବାତିଲ କରାଯିବା ସହ ଅଧିକାଂଶ ଲୋକେ ବିମାନବନ୍ଦରରେ ଫସିଛନ୍ତି ।
ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି । ଘରୁ ବାହାରିଲେ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯାଇଛି । ସେହିପରି ହସ୍ପିଟାଲଗୁଡିକ ମଧ୍ୟ ଜରୁରୀକାଳିନୀ ସ୍ଥିତିରେ ଚିକିତ୍ସା ଦେବା ପାଇଁ ମଧ୍ୟ ହାତ ଟେକି ଦେଇଥିବା ଜଣାପଡିଛି ।