ହିଂସା ପରେ ପଟିୟାଲାରେ ଜାରି ହେଲା କର୍ଫ୍ୟୁ

ପଞ୍ଜାବର ପଟିୟାଲାରେ ୨ଟି ସମୁଦାୟ ମଧ୍ୟରେ ହୋଇଥିବା ହିଂସା ଯୋଗୁ ଏବେ ସହରରେ କର୍ଫ୍ୟୁ ଜାରି….

ପଟିଆଲା : ପଞ୍ଜାବର ପଟିୟାଲାରେ ୨ଟି ସମୁଦାୟ ମଧ୍ୟରେ ହୋଇଥିବା ହିଂସା ଯୋଗୁ ଏବେ ସହରରେ କର୍ଫ୍ୟୁ ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ଖଲିସ୍ତାନ ମୁର୍ଦାବାଦ ଶୋଭାଯାତ୍ରା ସମୟରେ ଶିବସୈନିକ ଓ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଶୋଭାଯାତ୍ରାର ନେତୃତ୍ୱ କରିଥିବା ହରୀଶ ସିଙ୍ଗଲାଙ୍କ କାର ଉପରେ ପଥରମାଡ ହୋଇଛି । ପରିସ୍ଥିତି ଉତ୍ତେଜନା ଥିବାରୁ ପୋଲିସ-ପ୍ରଶାସନ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ଘଟଣା ବିରୋଧରେ ଶିବସେନା ହିନ୍ଦୁସ୍ତାନ ନାମରେ ଏକ ହିନ୍ଦୁ ସଂଗଠନ ଏପ୍ରିଲ ୩୦ରେ ପଟିଆଲା ବନ୍ଦ ଆହ୍ୱାନ କରିଛି । ଶିବସେନା ହିନ୍ଦୁସ୍ତାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ପବନ ଗୁପ୍ତା କହିଛନ୍ତି ଯେ ଖଲିସ୍ତାନ ବିରୋଫରେ ଶୋଭାଯାତ୍ରାରେ କାଳୀ ଦେବୀ ମନ୍ଦିର ସହିତ କୌଣସି ନେଣ-ଦେଣ ନାହିଁ ।

ସେହିପରି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି ଘଟଣାକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଚର୍ଚ୍ଚା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ ମାମଲାର ତଦନ୍ତ ହେବ । ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।