ଆସନ୍ତା ୯ରୁ ଏସସିବିରେ ଅନଲାଇନ ଟିକେଟ ବିକିଂ

ରାଜ୍ୟର ସର୍ବବୃହତ୍ତ ତଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ …

କଟକ : ରାଜ୍ୟର ସର୍ବବୃହତ୍ତ ତଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ରେ ଖୁବଶୀଘ୍ର ଅନଲାଇନ ଟିକେଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଲୋକମାନେ ସହଜରେ ଅନଲାଇନରେ ଟିକେଟ ବୁକିଂ କରି ମେଡିକାଲରେ ରୋଗୀ ଦେଖାଇ ପାରିବେ । ଏଣିକି ଏସସିବିର ସମସ୍ତ ଅନଲାଇନ ଟିକଟ ଅନଲାଇନରେ ବୁକିଂ ହେବ । କେଉଁ ତାରିଖରେ କେଉଁ ବିଭାଗର ଡାକ୍ତରଙ୍କ ପରାମର୍ଶ ନେବାକୁ ଚାହୁଁଛନ୍ତି ତାହାର ସୁବିଧା ବେଶ ସହଜରେ ମିଳିପାରିବ । ଆସନ୍ତା ମେ’୯ରୁ ମେଡିକାଲ କର୍ତ୍ତୃପକ୍ଷ ଏହାର ଶୁଭାରମ୍ଭ କରାଯିବ । ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ଏସସିବିରେ ଏଭଳି ବ୍ୟବସ୍ଥା ପ୍ରଥମଥର କରାଯାଇଛି । ଏହା ଦ୍ୱାରା ରୋଗୀସେବା ଆହୁରି ସରଳ ଓ ସହଜ ହୋଇପାରିବ ।

ସୂଚନାଯୋଗ୍ୟ ଯେ, ଏସସିବି ଟିକେଟ କାଉଣ୍ଟରରେ ଗହଳି କମାଇବା ଲାଗି ଏହି ଅନଲାଇନ ଟିକେଟ ବ୍ୟବସ୍ଥା ସହଜ ହୋଇପାରିବ । ଏହି ଯୋଜନା ଦ୍ୱାରା ବିଭିନ୍ନ ବିଭାଗରେ ଚିକିତ୍ସା ପାଇବା ଲାଗି ବାରମ୍ବାର ଲାଇନରେ ଠିଆହୋଇ ଏକାଧିକ ଟିକେଟ କରିବାକୁ ପଡିବ ନାହିଁ । ଅନଲାଇନରେ ଗୋଟିଏ ଟିକେଟ କାଟି ଏକାଧିକ ବିଭାଗରେ ଚିକିତ୍ସା ପାଇପାରିବେ । ସେହିପରି ଥରେ କଟାଯାଇଥିବା ଟିକେଟ ୧ ମାସ ଲାଗି ବୈଧ ରହିବ ।