ପୁଣି ଲାଗୁ ହେଲା କଡା ଲକଡାଉନ

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ କିନ୍ତୁ ଚୀନରେ ଏବେ ପୁଣିଥରେ କୋରନା ମହାମାରୀ ପ୍ରୋକପ ବଢିବାରେ ଲାଗିଛି । ଚୀନରେ କରୋନା ସଂକ୍ରମଣ ଲଗାତର ବୃଦ୍ଧି ଯୋଗୁଁ ଚୀନ ସରକାର ଦେଶର ପୂର୍ବତ୍ତୋର ସହର ଚାଙ୍ଗଚୁନରେ କଡା ଲକଡାଉନ ଲାଗୁ କରିବା ସହ ଜନସାଧାରଣଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ଅତି ଜରୁରୀ ନଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ପରିବହନ ସମ୍ବନ୍ଧୀୟ ସମସ୍ତ ସୁବିଧା ଉପରେ ରୋକ ଲାଗୁ କରିବା ସହିତ ଟେଷ୍ଟିଂକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ସେଠାରେ ଜଣେ ବ୍ୟକ୍ତିଙ୍କୁ ପ୍ରତି ଦୁଇଦିନରେ ଥରେ ଜରୁରିକାଳୀନ ସାମଗ୍ରୀ କ୍ରୟ କରିବା ପାଇଁ ବାହାରକୁ ଯିବାକୁଅନୁମତି ଦିଆଯାଇଛି । ସେହିପରି ଚୀନର ଅନେକ ସହରରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।