୩ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ମାର୍ଚ୍ଚ ମାସ ଶେଷ ହୋଇନଥିବା ବେଳେ ରାଜ୍ୟରେ କିନ୍ତୁ ତାତି ବଢିବାରେ ଲାଗିଛି । ପ୍ରବଳ ଖରାରେ ରାଜ୍ୟ ବାସୀ ଅସ୍ତବ୍ୟସ୍ତ ହେବାରେ ଲାଗିଲେଣି । ବୁଧବାର ରାଜ୍ୟରେ ଅସହ୍ୟ ରାଜ୍ୟବାସୀ ସିଝିଥିବା ବେଳେ ୩ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।୪୦.୫ ଡିଗ୍ରୀର ତାପମାତ୍ରା ସହିତ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର ରହିଥିଲା ।

ସେହିପରି ଭାବରେ ଟିଟିଲାଗଡରେ ତାପମାତ୍ରା ୪୦.୨ ଡିଗ୍ରୀ ଏବଂ ଅନୁଗୁଳରେ ଏହା ୪୦ ଡିଗ୍ରୀ ରହିଥିଲା । କଟକରେ ତାପମାତ୍ରା ୩୮ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ରହିଛି । ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ । ଗ୍ରୀଷ୍ମଲହର ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । କାଲିଠାରୁ ୩ ଦିନ ଯାଏଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦିଆଯାଇଛି ।