ନୂଆଦିଲ୍ଲୀ : ଦେଶରେ ତଳମୁହାଁ କରୋନା ସଂକ୍ରମଣ। ଦିନକରେ ଆଉ ୨,୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୯୬,୦୬୨କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ଆଉ ୪,୭୨୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୨୪,୪୬,୧୭୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟହାର ୯୮.୭୨%।
ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୧୫,୯୭୪ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦%। ଆଉ ୩୩,୯୧୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ର୍ରିୟ ଆକ୍ରାନ୍ତ ହାର ୦.୦୮%।
ଦିନକ ପୂର୍ବରୁ ୭,୦୧,୭୭୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୭୭,୯୭,୫୪,୧୫୬ ନମୁନା ପରୀକ୍ଷା କରାଯାଇଛି। ସେହିପରି ଦିନକ ପୂର୍ବରୁ ୧୯,୬୪,୪୨୩ ଟିକା ନେଇଥିବା ବେଳେ ମୋଟ ୧,୮୦,୪୦,୨୮,୮୯୧ ଟିକାକରଣ କରାଯାଇଛି।
Prev Post
Next Post