କାଲିଠୁ ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର: ଆସନ୍ତା ୧୬ ତାରିଖ ଅର୍ଥାତ୍ କାଲିଠାରୁ ରାଜ୍ୟରେ ବଢ଼ିବ ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ଆଇଏମଡିର ପୂର୍ବାନୁମାନ ଅନୁସାରେ, ଆସନ୍ତା ୧୬ ଓ ୧୭ ତାରିଖରେ, ଦୁଇ ଦିନ ଧରି ପ୍ରବଳ ଗରମ ଅନୁଭୂତ ହେବ । ଏହି ଦୁଇଦିନ ପାଇଁ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

୧୬ ତାରିଖରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାୟକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣି ଜାରି କରିଛି ଆଇଏମଡି । ସେହିପରି ୧୭ ତାରିଖ ପାଇଁ ବଲାଙ୍ଗୀର, ସୋନପୁର, ବୌ. ଅନୁଗୂଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ଅନୁଗୂଳ, ବଲାଙ୍ଗୀର, ଝାରସୁଗୁଡ଼ାରେ ୩୮ ଡିଗ୍ରୀରୁ ଅଧିକ ତାପମାତ୍ରା ଏବଂ ଟିଟିଲାଗଡ଼ରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଗତକାଲି ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ଏବଂ କଟକରେ ୩୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।