ଦିନ ଦ୍ୱିପ୍ରହରରେ ଗହଣା ଶୋ’ରୁମ୍‌ରୁ ୧୫ କେଜି ସୁନା ଲୂଟ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ଏକ ଗହଣା ଶୋ’ ରୁମ୍‌ ‘ସେନ୍‌କୋ’ରେ ଡକାୟତି। କର୍ମଚାରୀଙ୍କୁ ମାଡ଼ ମାରି ଡକାୟତମାନେ ବିପୁଳ ପରିମାଣର ଗହଣା ସହ ଲକ୍ଷାଧିକ ଟଙ୍କା କ୍ୟାସ୍‌ ଲୁଟ୍ କରି ନେଇଛନ୍ତି। କର୍ମଚାରୀଙ୍କୁ ୭ ଡକାୟତ ବନ୍ଧୁକ ମୁନରେ ଡରାଇ ଧମକାଇ ଗହଣା ଲୁଟି ଥିବା ସୂଚନା ମିଳିଛି। ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଏହି ଡକାୟତି ହୋଇଛି।

ଯୋଜନାବଦ୍ଧ ଭାବେ ଏହି ଡକାୟତମାନେ ଗ୍ରାହକ ବେଶରେ ବ୍ୟାଙ୍କରେ ପଶିଥିଲେ। ଗହଣା ସୋ’ ରୁମ୍‌ରେ ଥିବା ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍‌ପାଟ୍ କରିଥିଲେ। ସିକ୍ୟୁରିଟି ଗାର୍ଡର ବନ୍ଧୁକ ଛଡ଼ାଇ ମଧ୍ୟ ଭାଙ୍ଗି ଦେଇଛନ୍ତ ଡକାୟତ। ଡକାୟତଙ୍କ ମାଡ଼ରେ ଶୋ’ ରୁମ୍‌ର ଦୁଇଜଣ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି। ତେବେ କେତେ ଟଙ୍କାର ଗହଣା ଲୁଟ୍ ସ୍ପଷ୍ଟ ହୋଇନି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି। ଅଭିଯୋଗ ହୋଇଛି ୧୫ କେଜି ସୁନା ସହିତ ରୁପା ମଧ୍ୟ ଲୁଟ୍ ହୋଇଛି। ଡକାୟତମାନେ ହିନ୍ଦିରେ କଥା ହେଉଥିବା ବେଳେ ମୁହଁରେ ମାସ୍କ ପିନ୍ଧିଥିଲେ।