ତାମିଲନାଡୁରେ ଦୁଇ ସପ୍ତାହ ଭିତରେ ୪ ଛାତ୍ରୀଙ୍କ ଆତ୍ମହତ୍ୟା

ତାମିଲନାଡ଼ୁରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚିନ୍ତାରକାରଣ…

ଚେନ୍ନାଇ: ତାମିଲନାଡ଼ୁରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚିନ୍ତାରକାରଣ ପାଲଟିଛି । ଗତ ୨ ସପ୍ତାହ ହେବ ଜଣକ ପରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ କରିଛି । ଶିଭକାଶି ଇଲାକାରେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ନିଜ ଘର ଭିତରେ ଝୁଲୁଥବା ବେଳେ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଛାତ୍ରୀ ଜଣକ ପାକସ୍ତଳୀ ରୋଗରେ ପୀଡ଼ିତ ଥିଲେ ଏବଂ ସେ ଖୁବ ଯନ୍ତ୍ରଣା ଅନୁଭବ କରୁଥିଲେ । ଅତ୍ୟଧିକ ଯନ୍ତ୍ରଣା ସହି ନପାରୀ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଗତ ୨ ସପ୍ତାହରେ ୩ ଜଣ ସ୍ୱାଦଶ ଏବଂ ଜଣେ ଏକାଦଶ ଶ୍ରୀଣୀର ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଆଲୋଡ଼ ଖେଳି ଯାଇଛି ।