ପ୍ରତାପନଗରୀ ରାସ୍ତାରେ ଗୁଣ୍ଡାରାଜ ମାମଲାରେ ଚୌଦ୍ବାର ଜେଲ୍‌ ଗଲେ ଅଭିଯୁକ୍ତ ଅମରେନ୍ଦ୍ର ସ୍ବାଇଁ

କଟକ ପ୍ରତାପନଗରୀ ରାସ୍ତାରେ ଗୁଣ୍ଡାରାଜ ମାମଲାରେ ଚୌଦ୍ବାର ଜେଲ୍‌ ଗଲେ ଅଭିଯୁକ୍ତ ଅମରେନ୍ଦ୍ର ସ୍ବାଇଁ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କଟକ SDJM କୋର୍ଟ । ଯୁବ ବିଜେଡି ସମ୍ପାଦକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ପୁତୁରା ଅମରେନ୍ଦ୍ର ସ୍ବାଇଁ । କାଲି ହେବ ଜାମିନ ଆବେଦନର ଶୁଣାଣି ।

IPC ର ଦଫା ୩୪୧, ୨୯୪, ୨୩୨, ୫୦୬, ୩୪ ଏହି ସବୁ ଦଫା ଲାଗି ଆଗରୁ ମଧ୍ୟ ଏହି ଅଭିଯୁକ୍ତ ଙ୍କ ନାମରେ କଟକ ର ବିଭିନ୍ନ ଥାନାରେ ୧୪ ଟି ମାମଲା ତଦନ୍ତାଧିନ ଅଛି । ସମସ୍ତ ମାମଲାରେ ସମାନ ଦଫା ଓ କାର୍ଯ୍ୟାନୁଷ୍ଠାନରେ ସ୍ଥାନୀୟ ପୋଲିସଙ୍କ ସିଥିଳତା କରି ଆସୁଥିବାର ମଧ୍ୟ ଶୁଣିବାକୁ ମିଳୁଛି ।