୫୫ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା; ୟୁପି ଯୁବକ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ୫୫ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗର ତଦନ୍ତ କରି କର୍ଣ୍ଣାଟକ ପୁଲିସ ୟୁପିର ଗୋରଖପୁର ଅଂଚଳରୁ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଯୁବକ ତାଙ୍କ ଅପରାଧକୁ ସ୍ୱୀକାର କରିଛନ୍ତି ।

ମୃତ ମହିଳାଙ୍କ ଘର ରାଇଚୁରରେ ଓ ସେ ବେଶ କିଛିବର୍ଷ ଧରି ବେଙ୍ଗାଲୁରୁରେ ରହୁଥିଲେ । ଗିରଫ ଯୁବକଙ୍କ ନାଗ କରନ ଓ ତାଙ୍କ ବୟସ ୧୯ ବର୍ଷ ।

ମଙ୍ଗଳବାର ଦିନ ଶେଷଥର ପାଇଁ ମହିଳାଙ୍କୁ ଗୋଟିଏ ମଦ ଦୋକାନ କାଉଂଟରରେ ଦେଖିବାକୁ ମିଳିଥିଲା । ତା’ ପରଦିନ ତାଙ୍କ ମୃତଦେହକୁ ଗୋଟିଏ ନିର୍ମାଣାଧୀନ କୋଠରୁ ଉଦ୍ଧାର କରାଯାଇଥିଲା । ପୁଲିସ ସିସିଟିଭି ଫୁଟେଜ ପରୀକ୍ଷା କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ।

କରନ ମଦ ଦୋକାନ ନିକଟରୁ ସଂପୃକ୍ତ ମହିଳାଙ୍କୁ ଅନୁସରଣ କରିଥିଲା । ମଉକା ଦେଖି ମହିଳାଙ୍କୁ ଅଧାଗଢ଼ା କୋଠା ଭିତରକୁ ଟାଣି ନେଇଥିଲା ।