ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍‌

ଭୁବନେଶ୍ୱର: ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ହୋଇଛି । ଡହଡହ ଖରା ସାଙ୍ଗକୁ ଅଘୋଷିତ ବିଜୁଳି କାଟ ଭୁବନେଶ୍ୱର ଉପକଣ୍ଠ ବାସିନ୍ଦାଙ୍କୁ କଲବଲ କରିଛି । ଆଗାମୀ ୪୮ ଘଂଟା ପାଇଁ ତାପମାତ୍ରା କମିବାର ଆଶା ନାହିଁ ।

କେବଳ ରାଜଧାନୀ ନୁହେଁ, ରାଜ୍ୟର ୧୪ଟି ସହର ତାପମାତ୍ରା ଉଚ୍ଚ ରହିବ ବୋଲି ପାଣିପାଗ ବିଭାଗ କହିଛି ।

ଛୋଟପିଲା, ବୟସ୍କ ଓ ରୋଗଗ୍ରସ୍ତ ମଣିଷ, ପ୍ରସୂତିଙ୍କ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଦାତବ୍ୟ ସଂଗଠନ ପକ୍ଷରୁ ଜଳଚ୍ଛତ୍ର ସାଙ୍ଗକୁ ଡାକ୍ତରୀ ସେବା ଉପଲବ୍ଧ କରାଯାଉଛି ।