ଦକ୍ଷିଣ କୋରିଆରେ ଆସନ୍ତା ସପ୍ତାହରେ ସଂସଦ ନିର୍ବାଚନ

ସିଓଲ: ଆସନ୍ତା ସପ୍ତାହରେ ଦକ୍ଷିଣ କୋରିଆ ସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାରଠାରୁ ଆଗୁଆ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗୁଆ ମତଦାନ ପ୍ରତି ଯୁବବର୍ଗଙ୍କ ଉତ୍ସାହ ବୃଦ୍ଧି ପାଇଛି । ୩୦୦ ସଭ୍ୟ ବିଶିଷ୍ଟ ସଂସଦ ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଦେଶର ପ୍ରାୟ ୩୫୬୫ ମତଦାନ କେନ୍ଦ୍ରରେ ସକାଳ ୬ଟାରୁ ମତଦାନ ଆରମ୍ଭ କରାଯାଇଛି । ଦୁଇଦିନ ଧରି ଆଗୁଆ ମତଦାନ ଜାରି ରହିବ ।

୨୦୧୨ ମସିହାରୁ ଦେଶରେ ଆଗୁଆ ମତଦାନ ବ୍ୟବସ୍ଥାର ସୂତ୍ରପାତ ହୋଇଥିଲା । ଗତ ତୁଳନାରେ ଏଥର ମତଦାନ ହାର ବୃଦ୍ଧି ପାଇବାର ଅନୁମାନ କରାଯାଉଛି ।

୨୦୨୨ ରାଷ୍ଟ୍ରପତି ନିର୍ବାଚନ ସମୟରେ ମତଦାନ ହାର ସାମାନ୍ୟ କମିଯାଇଥିଲା ।