ପତ୍ନୀ ଓ ଝିଅକୁ ମାରିଲେ; ସିଲିଂ ପଙ୍ଖାରୁ ଲଟକି ଆତ୍ମହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ନିହାଲ ବିହାର ଅଂଚଳରେ ଜଣେ ୪୨ ବର୍ଷୀୟ ବ୍ୟକ୍ତି କୌଣସି କାରଣରୁ ତାଙ୍କର ପତ୍ନୀ ଓ କନ୍ୟାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ସିଲିଂ ପଙ୍ଖାରୁ ଝୁଲି ଆତ୍ମହତ୍ୟା କରିଛନ୍ତି । ସକାଳ ସାଢେ଼ ୯ଟାରେ ଖବର ପାଇ ପୁଲିସ ନିହାଲ ବିହାରର ୫ ନମ୍ବର ଗଳିରେ ମୃତବ୍ୟକ୍ତି ଅଜୟ, ତାଙ୍କ ପତ୍ନୀ ଟିନା ଓ କନ୍ୟା ବର୍ଷାଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଛି । ଅଜୟଙ୍କ ମରଶରୀର ପଙ୍ଖାରୁ ତଳକୁ ଝୁଲି ରହିଥିଲା । ଚଟାଣରେ ଟିନା ଓ ବର୍ଷାଙ୍କ ରକ୍ତାକ୍ତ ଶରୀର ପଡ଼ିଥିଲା । ନିକଟରେ ରକ୍ତଭିଜା ଧାରୁଆ ଅସ୍ତ୍ର ପଡ଼ିଥିଲା । ଘରଟି ଭିତର ପଟୁ ବନ୍ଦ ଥିବାରୁ ପୁଲିସକୁ କବାଟ ଭାଙ୍ଗିବାକୁ ପଡ଼ିଥିଲା ।

ଅଜୟଙ୍କ ୨୨ ବର୍ଷୀୟ ପୁଅ କୁଶଲ ଜଣେ ଇଲେକ୍‌ଟ୍ରିସିଆନ । ଗୁରୁବାର ଦିନ କୁଶଲ କାମରେ ବାହାରକୁ ଯାଇଥିଲେ । ଶୁକ୍ରବାର ସକାଳେ ଘରକୁ ଫେରି ମୃତଦେହକୁ ଦେଖି ପୁଲିସକୁ ସୂଚନା କରିଥିଲେ ।