ବିଜେଡି ଛାଡ଼ିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଢେଙ୍କାନାଳ: ବିଜେଡି ପକ୍ଷରୁ ପ୍ରକାଶିତ ତୃତୀୟ ପ୍ରାର୍ଥୀ ତାଲିକାରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ନାମ ନଥିଲା ।ବିଜେଡି ମୁଖିଆଙ୍କ ବିରୋଧରେ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ରମେଶ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣକୁ ଦାୟୀ କରିଛନ୍ତି ।  ଟିକେଟରୁ ବାଦ ପଡ଼ି ଇସ୍ତଫା ଦେଇଥିବା ବିଷୟକୁ ସେ ଖଣ୍ଡନ କରିଛନ୍ତି ।

ଆଗାମୀ ଦିନରେ ସେ କେଉଁ ଆଭିମୁଖ୍ୟ ଗ୍ରହଣ କରିବେ, ସେ ସଂପର୍କରେ ସମର୍ଥକଙ୍କ ସହିତ ଆଲୋଚନା କରିବା ପରେ ନିଷ୍ପତି ନେବେ ବୋଲି କହିଛନ୍ତି ।

ଆଠମଲ୍ଲିକ ବିଧାନସଭା ପାଇଁ ବିଜେଡି ପକ୍ଷରୁ ନଳିନୀକାନ୍ତ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି ।