ଜେସିବି ମେସିନ ବ୍ୟବହାର କରି ଉଠାଇ ନେଲେ ଏଟିଏମ୍

ଝାରସୁଗୁଡା: ଜେସିବି ମେସିନ ସାହାଯ୍ୟରେ ଦୁର୍ବୃତ୍ତମାନେ ଏକ ଏଟିଏମକୁ ଉପାଡ଼ି ଦେଇଛନ୍ତି । ଏହି ଘଟଣାଟି ଝାରସୁଗୁଡ଼ା ସଦର ପୋଲିସ ସୀମା ଅନ୍ତର୍ଗତ ବିଟିଏମ ଛକରେ ଘଟିଛି ।

ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ ଅତ୍ୟନ୍ତ ଅଦ୍ଭୁତ ଉପାୟରେ ସେହି ଅଞ୍ଚଳରୁ ଏକ ଏଟିଏମ କିଓସ୍କକୁ ଉପାଡ଼ି ପକାଇଥିଲେ । ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ଯେସିବି ମେସିନ୍ ଆଣି ଏଟିଏମକୁ ସମ୍ପୂର୍ଣ୍ଣ ଉପାଡ଼ି ଦେଇଥିଲେ । ଲୁଟେରାମାନେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ କିଓସ୍କକୁ ନେଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମେସିନ୍ ଭଡା ନେଇଥିବା ଜେସିବି ମାଲିକଙ୍କୁ ପୋଲିସ ଅଟକ ରଖିଛି ।