ଫରେଷ୍ଟ ପାର୍କ ଆଗରୁ ବାଇକ ଚୋରି; ଚୋର ଗିରଫ

ଫରେଷ୍ଟ ପାର୍କରୁ ନକଲି ଚାବିରେ ବାଇକ ଚୋରି ….

ଫରେଷ୍ଟ ପାର୍କରୁ ନକଲି ଚାବିରେ ବାଇକ ଚୋରି। ଏନେଇ ଅଭିଯୋଗକାରୀ ଆଶିଷ କୁମାର ବୈରିଗଞ୍ଜନଙ୍କ ଲିଖିତ ଅଭିଯୋଗ କ୍ରମେ ଏୟାରପୋର୍ଟ ଥାନା ପୁଲିସ ଚୋରି ମାମଲା ରୁଜୁକରି ତଦନ୍ତ କରିବା ସହ ଅଭିଯୁକ୍ତ ମନୋଜ ମଲ୍ଲିକକୁ ଗାଡି ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଅଭିଯୋଗକାରୀ ଶାସ୍ତ୍ରୀନଗର ଅଞ୍ଚଳରେ ରୁହନ୍ତି। ଗତକାଲି ସନ୍ଧ୍ୟାରେ ସେ ନିଜ ସ୍କୁଟି ଯୋଗେ ଫରେଷ୍ଟ ପାର୍କ ନିକଟକୁ ଯାଇଥିବା ବେଳେ, ପାର୍କ ପଛ ପାଖରେ ସ୍କୁଟିକୁ ପାର୍କିଂ କରିଥିଲେ। ସନ୍ଧ୍ୟା ପ୍ରାୟ ୭.୪୫ରୁ ୮.୨୦ମଧ୍ୟରେ କୌଣସି ଅଭିଯୁକ୍ତ ଅଭିଯୋଗକାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ସ୍କୁଟିକୁ ଡୁପ୍ଳିକେଟ ଚାବି ସାହାଯ୍ୟରେ ଚୋରିକରି ନେଇଯାଇଥିଲେ। କାମ ସାରି ଅଭିଯୋଗକାରୀ ନିଜ ସ୍କୁଟି ପାଖକୁ ଆସିଥିଲେ ମଧ୍ୟ ତାହା ସେଠାରେ ନଥିବା ଦେଖିବାକୁ ପାଇଥିଲେ। ଆଖପାଖ ଅଞ୍ଚଳରେ ବହୁତ ଖୋଜଖୋଜି କରିଥିଲେ ମଧ୍ୟ ଆଉ ପାଇନଥିଲେ। ପରେ ସେ ଗାଡି ଚୋରି ହୋଇଯାଇଥିବା ସମ୍ପର୍କରେ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରିବା ସହ ତଦନ୍ତ ସମୟରେ, ଅଭିଯୁକ୍ତ ମନୋଜ ମଲ୍ଲିକ ଏକ ଚୋରା ସ୍କୁଟି ଯୋଗେ ପଳାଶପଲ୍ଲୀ ଅଞ୍ଚଳରେ ଘୁରି ବୁଲୁଥିବା ନେଇ, ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ମିଳିଥିବା ସୂଚନା ଆଧାରରେ ପୁଲିସ ଘଟଣା ସ୍ଥଳରେ ଅତର୍କିତ ଚଢଉ କରି ଅଭିଯୁକ୍ତ ମନୋଜକୁ କାବୁ କରିବାରେ ସକ୍ଷମ ହୋଇଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ଫରେଷ୍ଟ ପାର୍କ ପଛ ପାଖରୁ ଉକ୍ତ ସ୍କୁଟିକୁ ଚୋରୀକରି ଥିବା ତଦନ୍ତରୁ ଜଣାପଡ଼ିଥିଲା। ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତା ହେପାଜତରୁ ସ୍କୁଟିକୁ ଜବତ କରିଛି। ଅପରାଧିକ ପୂର୍ବାଲୋକନ ଯାଞ୍ଚରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ମନୋଜ ମଲ୍ଲିକ ପୂର୍ବରୁ ମଧ୍ୟ ମଧୁପାଟଣା ଥାନାରେ ଏକ ଚୋରି ମାମଲାରେ ଜଡିତ ଅଛି।