ନୂଆଦିଲ୍ଲୀ: ମାଓ ଆଦର୍ଶ ପ୍ରତି ମୋହଭଙ୍ଗ ହେବାପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମୁଣ୍ଡରେ ଧରି ବଣପାହାଡ଼ରେ ଘୁରି ବୁଲୁଥିବା କମାଣ୍ଡର ନାଗେଶ ଆଜି (ସୋମବାର) ଛତିଶଗଡ଼ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି
୩୮ ବର୍ଷୀୟ ନାଗେଶ ସୁକ୍ମା ପୁଲିସର ଆହ୍ୱାନକୁ ସମ୍ମାନର ସହିତ ଗ୍ରହଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଅତୀତରେ ନାଗେଶଙ୍କ ନେତୃତ୍ୱରେ ମାଓ ସଂଗଠନ ୭୬ ଜଣ ସିଆରପିଏଫ ଯବାନଙ୍କ ପ୍ରାଣହାନି ଘଟାଇଥିଲା ।