ମହଙ୍ଗା ପଡିଲା ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା । ୨୪ ଘଣ୍ଟାର ମାରାଥନ ଜେରା ପରେ ଭିଜିଲାନ୍ସ ଟିମ୍ ଜଗତସିଂହପୁର ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ ଯିବାକୁ ପଡିଛି। ଆୟ ବହିର୍ଭିତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଚାଟରା ସ୍ଥିତ ବାସଭବନରେ ରେଡ୍ ହୋଇଥିଲା । ଚଢାଉ ସମୟରେ ରେଞ୍ଜରଙ୍କର ୨ଟି କୋଠା ସହ ୫ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି । ୨୫୦ ଗ୍ରାମ୍ ସୁନା ସହ ନଗଦ ୩.୬୯ ଲକ୍ଷ ଟଙ୍କା ଜବତ । ରେଞ୍ଜରଙ୍କର ୮୦.୬୮ ଲକ୍ଷ ଟଙ୍କାର ଡିପୋଜିଟ୍ ମଧ୍ୟ ଠାବ ହୋଇଛି । ତେବେ ଦୁର୍ନୀତି ନିବାରଣ (ପିସି) ଆଇନ ଅନୁଯାୟୀ,ଜଗତସିଂହପୁର ଜିଲ୍ଲା ରାହାମା ଫରେଷ୍ଟ ରେଞ୍ଜର ଫରେଷ୍ଟ ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ବିରୁଦ୍ଧରେ କଟକ ଭିଜିଲାନ୍ସ ମାମଲା ରୁଜୁ କରିଛି। ଏହି ଚଢାଉରେ ଓଡିଶା ଭିଜିଲାନ୍ସ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଡିଏସପି, ୮ ନୀରିକ୍ଷକ ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ ଯେ, କଟକ ଭିଜିଲାନ୍ସ କୋଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶନିବାର ସକାଳୁ ସକାଳୁ କଟକ ଏବଂ ଜଗତସିଂହପୁରର ଭିଜିଲାସନ୍ସ ଅଧିକାରୀମାନେ ବନବିଭାଗ ରେଞ୍ଚର ରାଜେନ୍ଦ୍ର ସାମନ୍ତରାୟଙ୍କ ପୈତୃକ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଏକକାଳିନ ଚଢ଼ାଉ କରିଥିଲା। ଏହି ସ୍ଥାନଗୁଡିକ ମଧ୍ୟରେ ତାଙ୍କର ପୈତୃକ ବାସଭବନ ସାମନ୍ତରା ପୁର ଗ୍ରାମ,ସରକାରୀ ବାସଭବନ, ସରକାରୀ କାର୍ଯ୍ୟାଳୟ ଓ ଜଗତସିଂହପୁର ଚାଟରାରେ ଥିବା ୩ ମହାଲା ବିଶିଷ୍ଟ ବିଳାସ ପୂର୍ଣ୍ଣ ବାସଭବନ ଅନ୍ତର୍ଭୁକ୍ତ। ରଘୁନାଥପୁର ବ୍ଲକ ଅଧିନ ବିଦ୍ୟାଧରପୁର ପଞ୍ଚାୟତ ସାମନ୍ତରାପୁର ସ୍ଥିତ ରେଞ୍ଚରଙ୍କ ବାସଭବନକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ରାଜେନ୍ଦ୍ର ଜଣକ ପ୍ରଥମେ ୧୫ ଶହ ଟଙ୍କା ଦରମାରେ ନିଜର ଚାକିରୀ କାଳ ଆରମ୍ଭ କରି ଆଜିର ଦିନରେ କୋଟି କୋଟି ଟଙ୍କାର ମାଲିକ ହୋଇଥିବା କଥା ଭିଜିଲାନ୍ସ ଅଧିକାରୀ ମାନଙ୍କୁ ତାଜୁବ କରିଛି। ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ୨୪ ଘଣ୍ଟାର ମାରାଥନ ଜେରା ପରେ ଫରେଷ୍ଟଙ୍କୁ ଭିଜିଲାନ୍ସ ଟିମ୍ ରବିବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି ।