ଜୟପୁର: କୋରାପୁଟ ଜ଼ିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଖଟଲାପଦର ବ୍ରିଜ ନିକଟରେ ଟଙ୍କା ଲୁଟ୍ ଘଟଣାରେ ୩ ଜଣ ଡକାୟତଙ୍କୁ ଗିରଫ କରିଛି କୁନ୍ଦୁରା ପୋଲିସ । ଗିରଫ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚଲାଣ କରାଯାଇଛି ଡକାୟତ ମାନଙ୍କ ଠାରୁ ମାରଣାସ୍ତ୍ର, ନଗଦ ୨୦ ହଜାର ଟଙ୍କା , ୬ ଟି ବାଇକ,୪ ଟି ମୋବାଇଲ ଜବତ ହୋଇଥିବା କୁନ୍ଦୁରା ଥାନା ଅଧିକାରୀ ଅଶ୍ୱନୀ ପଟ୍ଟନାୟକ ସୂଚନା ଦେଇଛନ୍ତି । କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ବ୍ରିଜ ନିକଟରେ ଟଙ୍କା ଲୁଟର ଶିକାର ହୋଇଥିଲେ କୋଟପାଡ଼ ଅଂଚଳର ବ୍ୟବସାୟୀ, ବ୍ୟବସାୟୀ ଦେବାଶିଷ ପଟ୍ଟନାୟକ ଏବଂ ତାଙ୍କ ସାଥଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ ୫ ରୁ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ,ବାଇକରେ ଆସି ରାସ୍ତା ମଝିରେ କାର୍ କୁ ଅଟକାଇ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ କାର୍ ରେ ଥିବା ୬ ଲକ୍ଷ ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଥିଲା ।