ଏସ୍‌ଆଇ ପେପର ଲିକ୍‌ ମାମଲାରେ କୋଟିଏ ଟଙ୍କାର ସଂପତି ବ୍ୟାଜାପ୍ତି

ଜମ୍ମୁ: ଏସ୍‌ଆଇ ପେପର ଲିକ୍‌ ମାମଲାର ତଦନ୍ତ କରି ଏନଫୋର୍ସମେଂଟ ବିଭାଗ ଅଭିଯୁକ୍ତଙ୍କର ଏକ କୋଟି ଟଙ୍କାର ସଂପତି ବ୍ୟାଜାପ୍ତି କରିଛନ୍ତି । ପେପର ଲିକ୍‌ ମାମଲାରେ ନ୍ୟୁ ଗ୍ଲୋବାଲ ଫମିଙ୍ଗଟନ୍‌ କର୍ପୋରେସନ୍‌ ମୁଖ୍ୟ ଯତୀନ ଯାଦବ ଓ ତାଙ୍କ ସହକର୍ମୀ ଲୋକେଶ କୁମାରଙ୍କ ମାଲିକାନାରେ ଥିବା ଏକ କୋଟି ମୂଲ୍ୟର ଅଚଳାଚଳ ସଂପତିକୁ ଇଡି ଜବତ କରିଛି ।

ଦୁଇ ଅଭିଯୁକ୍ତ ଜେକେ ପୁଲିସ ପ୍ରଶାସନରେ ୧୨୦୦ ସବ୍‌ ଇନ୍‌ସ୍ପେକ୍ଟର ପଦବୀ ପୂରଣ ପାଇଁ ଅନୁଷ୍ଠିତ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ କରିଥିଲେ ।