ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ୱର: ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ରଘୁନାଥ ଲେଖିଛନ୍ତି ଯେ ସେ ଦୀର୍ଘ ୨୩ ବର୍ଷ ଧରି ଦଳ ପାଇଁ ବହୁତ କାମ କରିଛନ୍ତି । ଆଗାମୀ ଦିନରେ ତାଙ୍କ ନିକଟରୁ ଦଳ କିଛି ଆଶା କରୁ ନଥିବା ସେ ଅନୁଭବ କରୁଛନ୍ତି । ଦଳ ପାଇଁ ନିଜକୁ ଅଯୋଗ୍ୟ ମଣି ସେ ଦଳ ଛାଡୁଛନ୍ତି ।

ନିକଟ ଅତୀତରେ ଭୃଗୁ ବକ୍ସିପାତ୍ର ବିଜେପି ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି ।

ମୋଟ ଉପରେ କହିଲେ, ପ୍ରାୟ ସବୁ ଦଳରୁ ଅସନ୍ତୁଷ୍ଟ ନେତା ବାହାରି ଯାଉଛନ୍ତି । ଓଜନିଆ ନେତାଙ୍କୁ ଦେଖି ଟିକେଟ୍‌ ବିତରଣ ଚାଲିଛି ।