ପୂର୍ବତନ କନିଷ୍ଠ ଯନ୍ତ୍ରୀଙ୍କୁ ୩ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

ଜୟପୁର: ଆୟ ବହିର୍ଭୂତ ସଂପତି ମାମଲାର ବିଚାର କରି ଜୟପୁର ସ୍ପେସିଆଲ ଭିଜିଲାନ୍ସ କୋର୍ଟ ରାୟଗଡ଼ା ଜିଲ୍ଲାର ଗୁଣପୁରରେ କାର୍ଯ୍ୟ କରୁଥିବା ପୂର୍ବତନ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡାଙ୍କୁ ତିନିବର୍ଷ ସଶ୍ରମ କାରା ଦଣ୍ଡାଦେଶ କରିଛନ୍ତି । କୋର୍ଟ ଆସାମୀଙ୍କୁ ଜରିମାନା ବାବଦକୁ ୨ ଲକ୍ଷ ଟଙ୍କା ପଇଠ କରିବାକୁ ଆଦେଶ କରିଛନ୍ତି । ଜରିମାନା ରାଶି ପଇଠ ନକଲେ ଆସାମୀଙ୍କୁ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ।

୨୦୧୩ ମସିହାରେ ସରୋଜ କୁମାର ପଣ୍ଡା ଗୁଣପୁରରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଥିବା ସମୟରେ ଭିଜିଲାନ୍ସ ବିଭାଗ ତାଙ୍କ ନିକଟରୁ ଆୟ ବହିର୍ଭୂତ ସଂପତି ଜବତ କରିଥିଲା ।