ଦଶ ଦିନରେ ରାଜଧାନୀରେ ଦୁଇ ଦୁଇଟି ଗଣ ଦୁଷ୍କର୍ମ ଘଟଣା ରାଜଧାନୀରେ ଆଇନଶୃଙ୍ଖଳା ବିଗିଡିଥିବା ସ୍ପଷ୍ଟ ହୋଇଛି। ସହିଦନଗରେ ଘଟିଥିବା ଗଣ ଦୁଷ୍କର୍ମ ଘଟଣାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କରାଯାଇଛି । କମିଶନରେଟ ପୁଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । ପୂର୍ବରୁ ଧଉଳି ଗଣଦୁଷ୍କର୍ମ ମାମଲାକୁ ମଧ୍ୟ ରେଡ୍ ଫ୍ଲାଗ ଘୋଷଣା କରାଯାଇଥିଲା। ସହିଦନଗରରେ ଏକ ଭଡ଼ା ଘରେ ଦୁଇ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚାକିରି ପ୍ରଲୋଭନ ଦେଖାଇ ଭୁବନେଶ୍ୱରକୁ ଡକାଇ ଏକ ଭଡ଼ାଘରେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଡାଟା ଏଣ୍ଟ୍ରି ଅପରେଟେର ଚାକିରି ଦେବାକୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ ଅଭିଯୁକ୍ତ। ଯୁବତୀଙ୍କ ପୁରୁଷବନ୍ଧୁ ତାଙ୍କୁ ଭୁବନେଶ୍ୱର ସହିଦନଗରସ୍ଥିତ ଅଭିଯୁକ୍ତ ରହୁଥିବା ଘରେ ଛାଡିଥିଲେ। ଏପରିକି ନାବାଳିକାଙ୍କୁ ଫୋନ ମଧ୍ୟ ନେଇ ପଳାଇଥିଲେ । ପରେ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ମାମଲାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ ମୁକୁନ୍ଦ୍ରପସାଦ ଅଞ୍ଚଳର ସାହିଲ୍ ଖାନ୍ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପ୍ରମାଣ ଯୋଗାଡ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗିରଫ ଅଭିଯୁକ୍ତ ଅକ୍ଷୟ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଡାଟା ଏଣ୍ଟ୍ରି ଅପରେଟର ପାଇଁ ପିଲା ଆବଶ୍ୟକ। ଦରମା ୧୦ରୁ ୧୨ ହଜାର ମିଳିବ। ଏହା ଦେଖି ନାବାଳିକା ଜଣଙ୍କ ତାଙ୍କୁ ସେ ଫୋନ୍ କରିଥିଲେ। ଅଭିଯୁକ୍ତ ଅକ୍ଷୟ ତାଙ୍କୁ ଏକ ଠିକଣା ଦେଇଥିଲେ। ଗତ ୧୮ ତାରିଖ ଦିନ ପ୍ରାୟ ୨ଟା ବେଳେ ନାବାଳିକା ସେଠାରେ ପହଞ୍ଚି ଯାଇଥିଲେ। ନାବାଳିକା ଦେଖିଥିଲେ ରୁମ୍ ରେ ୩ ଜଣ ଯୁବକ ଅଛନ୍ତି। ନାବାଳିକାଙ୍କ ରୁମକୁ ଯିବା ମାତ୍ର ଜଣେ ଯୁବକ ବାହାକୁ ପଳାଇ ଆସି ରୁମ୍ ବାହାର ପଟୁ ବନ୍ଦ କରି ଦେଇଥିଲେ। ଅକ୍ଷୟ ଓ ସାହିଲ୍ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏହି ଅମାନବୀୟ କାଣ୍ଡର ଭିଡିଓ ମଧ୍ୟ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ନାବାଳିକା ଜଣଙ୍କ ଚେତା ହରାଇଥିଲେ। ଚେତା ଫେରିବା ପରେ ଅକ୍ଷୟ ଓ ସାହିଲ୍ ନାବାଳିକାଙ୍କୁ ନେଇ ବିଳମ୍ବିତ ରାତିରେ ଆଚାର୍ଯ୍ୟ ବିହାର ଛକରେ ଛାଡ଼ି ଦେଇଥିଲେ। ଏନେଇ ନାବାଳିକା ଜଣକ ଘରକୁ ଯାଇ ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ୧୯ ତାରିଖ ଦିନ ପରିବାର ଲୋକ ସହିନଗର ଥାନାରେ ଏତଲା ଦେଇଥିଲେ। ୧୯ତାରିଖ ଦିନ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ସବ ବୟାନ ରେକର୍ଡ କରିଥିଲା ପୁଲିସ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।